Saturday, Jul 31, 2021
Jajabara Hit

ଅମୃତର ସନ୍ତାନ: ସୁନ୍ଦର କବିତା ସୁନ୍ଦର ସମାଜ ପାଇଁ

RadioJajbara
Amrutira Santana
Page Visited: 999
2 0

ଅମୃତର ସନ୍ତାନ

ଦଳିତ ନୁହେଁ ସର୍ବେ
ଅମୃତର ସନ୍ତାନ
ଜାତି, ଧର୍ମ, ବର୍ଣ୍ଣ
ସବୁ ମନୁଷ୍ୟକୃତ
ଦଳିତ କରି ଗଢି ନାହାନ୍ତି
କାହାରିକୁ ଭଗବାନ ।

ବିଜ୍ଞାନ ବଳେ ଆଜି
ପୃଥିବୀ ବଳୀୟାନ
ନାହିଁ ଭେଦଭାବ
ସଭିଏଁ ତ ସମାନ
ସମୟର ଆହୁଲାରେ ଫେରି
ଆସିଲାଣି ଶୁଭକ୍ଷଣ ।

ଧର୍ମୀୟ କର୍ମକାଣ୍ଡ
କୁସଂସ୍କାର ସ୍ଖଳନ
ବୁଝିଲେଣି ସର୍ବେ
କିଭଳି ଅକାରଣ
ଜାତି-ଧର୍ମ-ବୈଷମ୍ୟର
ସତ୍ୟ ହେଲାଣି ଉନ୍ମୋଚନ ।

ହିନ୍ଦୁ ଧର୍ମର ଯେତେ
କଠୋର ଅନୁଶାସନ
ହେଲାଣି ଶିଥିଳ
ରୁଢିବାଦୀଏ ମ୍ଳାନ
ବହିଲାଣି ଦେଶରେ ଏବେ
ପରିବର୍ତ୍ତନର ପବନ ।

ଲେଖିକା: ଗୀତା ଷଢଙ୍ଗୀ

Happy
Happy
1
Sad
Sad
0
Excited
Excited
1
Sleppy
Sleppy
0
Angry
Angry
0
Surprise
Surprise
0
Share

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

ଖୁସି – ଜନ୍ମ ପୂର୍ବରୁ ମା ଗର୍ଭରୁ ମୋ ପରିଚୟ ଜାଣିବା ପାଇଁ

ଖୁସି ଗୋଟିଏ ନାମହୀନ ଛୁଆର ସ୍ଥିତି ମୋ ଭିତରେ ସ୍ପଷ୍ଟ ହେବାକୁ ଯାଉଛି । ସେତିକିବେଳେ କଥା ଉଠୁଛି ଅଲଟ୍ରା ସାଉଣ୍ଡ କ୍ଲିନିକ୍‌ର । ବଡ଼ ଝିଅକୁ ପାଞ୍ଚ ବର୍ଷ ପୂରି ସାରିଚି । ଦ୍ଵିତୀୟ ଆସିବା ସେମିତି କିଛି ଅବାଞ୍ଛିତ ନାହିଁ । ଘରେ ଯେତିକି ଖୁସି ଏଇ ଭୃଣର ଉପସ୍ଥିତ ଜାହିର ହେବାରେ, ସେତିକି ଆଶଙ୍କା ତାର ଲିଙ୍ଗ ଅବଗତ ହେବାରେ । ମୁଁ ନିଜକୁ ନିଜେ […]
khusi

You May Like

    Subscribe US Now